🕉️ ଶ୍ରୀମନ୍ଦିର ନୀତି ସୂଚନା
🙏 ଦର୍ଶନ ସ୍ଥିତି
"ବାହାର କାଠ ଦର୍ଶନ ଚାଲୁଅଛି ସକାଳ ଧୂପ ନିତୀ ସମ୍ପର୍ଣ୍ଣ ହେବା ପରେ ଭିତର କାଠ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ ଓ ମଧ୍ୟାହ୍ନ ଧୂପ ନିତି ସମୟରେ କିଛି ସମୟ ପାଇଁ ବନ୍ଦ ରହିବ ଓ ସନ୍ଧ୍ୟା ଆଳତି ସମୟରେ ଭିତର କାଠ ସର୍ବସାଧାରଣ ଦର୍ଶନ ଚାଲୁ ରହିବ "
👥 Crowd Density
Medium
☎️ ଯୋଗାଯୋଗ
jagannath@sevayat.com
📢 ବିଶେଷ ସୂଚନା
ମଙ୍ଗଳ ଆଳତି ବଢ଼ିବା ଉପରାନ୍ତେ,
‘ବେଣ୍ଟ ନୀତି ନିମନ୍ତେ ଦିଅଁ ବିଜେ ହେବେ’।
ତେଣୁ ଆଜି ରାତ୍ର ପହୁଡ଼ ବଢ଼ି, ଜୟ-ବିଜୟ ଦ୍ୱାର ମୁଦ ସରି,
ଶୋଧ ସରିବା ପରେ ୪ଦ୍ୱାରେ କାହାଳୀ ନୀତି ସମ୍ପର୍ଣ୍ଣ ହୋଇଅଛି
*ଶ୍ରୀମନ୍ଦିର ପରମ୍ପରାରେ ବେଣ୍ଟ ନୀତି*
ମହାପ୍ରଭୁ ଜଗନ୍ନାଥଙ୍କ ବେଣ୍ଟ ବା ଶିକାର ନୀତି,ଯାହା ମହାପ୍ରଭୁଙ୍କ ବସନ୍ତ ଭ୍ରମଣ ନୀତି ଅଟେ;ଫାଲଗୁନ ଶୁକ୍ଳ ପତିପ୍ରଦ, ଚତୁର୍ଥୀ, ଅଷ୍ଟମୀ, ଦ୍ଵାଦଶୀ ରେ ଅନୁଷ୍ଠିତ ହୁଏ। ଶ୍ରୀରାମ ଯେହେତୁ କ୍ଷତ୍ରିୟ ଥିଲେ ଏବଂ ଶିକାର କ୍ଷତ୍ରିୟର ଏକ କର୍ମ ମଧ୍ୟ,ତେଣୁ ଚଳନ୍ତି ପ୍ରତିମା ଶ୍ରୀରାମ ମହାପ୍ରଭୁଙ୍କ ପ୍ରତିନିଧି ଭାବେ ବେଣ୍ଟ ନୀତି ପାଇଁ ବିଜେ ହୁଅନ୍ତି। ମଙ୍ଗଳ ଆଳତି ପରେ ରାମ ଏକ ଖଣ୍ଡ ଆଜ୍ଞାମାଳ ପାଇ ଜଗନ୍ନାଥ ବଲ୍ଲଭ ମଠ ସ୍ଥିତ ବେଣ୍ଟ ପୁଷ୍କରିଣୀକୁ ବିଜେ ହୁଅନ୍ତି। ସେଠାରେ ୬ ଟି ପଇଡକୁ ମୃଗର ପ୍ରତୀକ ଭାବେ ରଖାଯାଏ। ରାମଙ୍କୁ ସ୍ପର୍ଶ କରି ୫ ଟି ପଇଡ଼ଙ୍କୁ ଶରବିଧ କରାଯାଏ ଓ ଅନ୍ୟ ଗୋଟିଏ ପଇଡ଼ କୁ ଅକ୍ଷତ ଛାଡି ଦିଆଯାଏ। ତା ପରେ ରାମଚନ୍ଦ୍ର ଙ୍କୁ ପଞ୍ଚାମୃତରେ ମହାସ୍ନାନ, ବେଶ, ପଞ୍ଚ ଉପଚାର ରେ ଶୀତଳ ଭୋଗ , ବନ୍ଦାପନା ହୁଏ। ଏହା ପରେ ରାମଚନ୍ଦ୍ର ଶ୍ରୀମନ୍ଦିରକୁ ବାହୁଡ଼ା ବିଜେ କରନ୍ତି।
